Kama Chhabi Chhaila

କମ ଛବି ଛଇଳା
(Kabichandra Kali Charan— Raga Bibhasa, Tala Athatali)
(କବିଚନ୍ଦ୍ର କାଳୀଚରଣ— ରାଗ ବିଭାସ, ତାଳ ଆଠତାଳି)

କମ ଛବି ଛଇଳାର
ମୋର ନୟନେ ନାଚିଲା ସୁମନାରେ । ଘୋଷା ।

ସତେ ଭାଗ୍ଯ ହେବ ମୋର
ଏ ଗୁନ୍ଥା ସୁମନ ହାର
ଲାଗି ହେବ ନବୀନାର
କଳକଣ୍ଠ ପରଶିବ ଶରଧାରେ । ୧ ।

ଶିଶୁ କୁରଙ୍ଗ ନୟନା
ଲଳିତ ଅଙ୍ଗୀ ଶୋଭନା
ଚାହିଁବ ଚନ୍ଦ୍ରବଦନା
ସୁଧା ବରଷିବ ରସି ବସୁଧାରେ । ୨ ।

କବିଚନ୍ଦ୍ର ଭାଳେ ମନେ
ଅଙ୍ଗେ ଲିଭାଇବା ବିନେ
ନ ବାରିବ କେହି ଦିନେ
ସେ ଯେ ତରୀ ବାହେ ଆଖି ନୀରଧାରେ । ୩ ।