Anana Mohana Syame

ଅନାନା ମୋହନ ଶ୍ୟାମେ
(Kabichandra Kali Charan— Raga Khambaja, Tala Jhampa)
(କବିଚନ୍ଦ୍ର କାଳୀଚରଣ— ରାଗ ଖମ୍ବାଜ, ତାଳ ଝମ୍ପା)

ଅନାନା ମୋହନ ଶ୍ୟାମେ କେତେ ମୁଁ କଲି ମନା
ତୋ ନାଁରେ ଗୋପପୁରେ ନାଗରେ ବାଜେ କା ନାଁ । ଘୋଷା ।

ଆଖିରେ ତା ଅଛି କଳା ଲାଖିଲେ ତୁ ହେବୁ ଭୋଳା
ମୁଦି ଦେ ତୁ ଆରେ ବନ୍ଧୁ କାନେ ପଡ଼ିଲେ ତା ନାଁ । ୧ ।

ନାହିଁ କୁଳ ନାହିଁ ରୀତି ବାଇ ବଂଶୀ ଡାକେ ନିତି
ନ ଜାଣେ କି କୁଳବତୀ ବ୍ରଜେ ଉଜୁଡ଼େ ତୋ ନାଁ । ୨ ।

କବିଚନ୍ଦ୍ର କହେ ରାଇ ଲଭି ସଙ୍ଗ ଲଭ ନାହିଁ
କାହାରି ନୁହେଁ ସେ ହରି ଖଣ୍ଟଶେଖର ଯା ନାଁ । ୩ ।