Kahinki Mana Mohane

କାହିଁକି ମାନ ମୋହନେ
(Kabichandra Kali Charan— Raga Sena, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ସେନା, ତାଳ ଏକତାଳି)

କାହିଁକି ମାନ ମୋହନେ
କିଶୋରୀ ଗୋରୀ ରେ । ଘୋଷା ।

ରୂପ ତୋ ସୁମରି ପୀତବାସ ହରି
ତୋ ଲାଗିରେ ପରା ସେ ମୁରଲୀଧରା
ଯମୁନାର ତୀରେ ଥାଏ ଅନୁସରି ଝୁରିଝୁରି ରେ । ୧ ।

କରଗତ ମଣି କାଚକଣି ମଣି
ନ ଦିଅ ତୁ ଫିଙ୍ଗି ଆରେ ଜୀବସଙ୍ଗୀ
ହେବୁ ସିନା ପଛେ ଶ୍ୟାମ ଲାଗି ଘାରି ଝୁରିଝୁରି ରେ । ୨ ।

କବିଚନ୍ଦ୍ର ବୋଲେ ଦୂରେ ଥିଲେ ହେଲେ
ଯେ ଯାର ସେ ତାର ଯାଏ କି ପାଶୋର
ବିରହେ ନୟନୁ ପଡ଼େ ବାରି ଝରି ଝୁରିଝୁରି ରେ । ୩ ।