(କବିଚନ୍ଦ୍ର କାଳୀଚରଣ— ରାଗ ପରଜ, ତାଳ ତ୍ରିପଟା)
କିଶୋରୀ ମଣିଥିଲି ପରା
ପରଖ ସୁନା ତୁ ସତେ
ବାରିଲି ଏଥର ହେବ କି ପିତଳ
ସୁନା ପୁଟ ଦେଲେ ଯେତେ । ଘୋଷା ।
ଦେଇ ଜଳାଞ୍ଜଳି କୁଳ ମାନ
ହରି ତୁଲେ ହରି ନେଲୁ ଦିନ
ବାଜଇ ବଜାରେ ଟମକ ହଜାରେ
ମଥା କି ଟେକିବୁ ଗଲା ପଥେ । ୧ ।
କହିଲେ କେତେହେଁ ତୋତେ ଭଲ
ରୁଷି ମନେ ସିନା ମଣୁ ଶଲ
ଖସିଗଲା ପାଦ ତଳକୁ ତଳକୁ
ବିଚାରିଲୁ ନାହିଁ ଯାହା ଏତେ । ୨ ।
ମନା ନ ମାନି ତୁ ଦେଲୁ ତୋଳି
ଜପୁ ଦିବା ନିଶି ଯାରେ ବାଳୀ
କହେ କବିଚନ୍ଦ୍ର ଭାସି ସୁଅ ଜଳେ
ଭଉଁରୀରେ ଭରମିବୁ କେତେ । ୩ ।