Nagara Raja Kahin Rahile

ନାଗରରାଜ କାହିଁ ରହିଲେ
(Kabichandra Kali Charan— Raga Saranga, Tala Tripata)
(କବିଚନ୍ଦ୍ର କାଳୀଚରଣ— ରାଗ ସାରଙ୍ଗ, ତାଳ ତ୍ରିପଟା)

ନାଗରରାଜ
କାହିଁ ରହିଲେ ଆଜ ସଜନୀ । ଘୋଷା ।

ଦୂରନ୍ତ ଏ ବସନ୍ତ ବଞ୍ଚିବି ରେ କେମନ୍ତ
ଅସରା ହେଲା ସିନା ଶଶୀ ହସା ରଜନୀ ସଜନୀ । ୧ ।

କେତେ ଯେ ଆଶା ଧରି ଆସିଲି ତେଜି ପୁରୀ
ବିହି ସାଧିବ ବାଦ ନ ଥିଲି ସତେ ଜାଣି ସଜନୀ । ୨ ।

ସାଜିଲି ଫୁଲ ଶେଯ ଛାଇ କୁସୁମ ରଜ
ବିଫଳ ସବୁ ସଜ ସାର ତ ଆଖି ପାଣି ସଜନୀ । ୩ ।

କବିଶଶୀ କହଇ ବିରହ ବିନେ ସହି
ମିଳନ ମଧୁର କି କାହିଁ ସତ ହେଲାଣି ସଜନୀ । ୪ ।