Ja Re Mohana Pheri Ja Ja

ଯାରେ ମୋହନ ଫେରି ଯା ଯା
(Kabichandra Kali Charan— Raga Bagesri, Tala Jhampa)
(କବିଚନ୍ଦ୍ର କାଳୀଚରଣ— ରାଗ ବାଗେଶ୍ରୀ, ତାଳ ଝମ୍ପା)

ଯାରେ ମୋହନ ଫେରି ଯା ଯା ଯା । ଘୋଷା ।

ଯା ରସେ ରସି ତୁ ସଞ୍ଜେ ବାହୁଡ଼ି ଆସିଛୁ କୁଞ୍ଜେ
ତା ନାମେ ଯମୁନା ତଟେ ବଇଁଶୀ ବଜା । ୧ ।

ତୋଳି ବାସ ବନଫୁଲ କୋଳେ ଧରି କରି ଗେଲ
ରସିକା ରମଣୀମଣି ଚିକୁର ସଜା । ୨ ।

ତୋ ପରି ଶଠ ପୁରୁଷ ନ ଆସୁ କିଶୋରୀ ପାଶ
କଟାଳ କରୁ ସେ ନୁହେ ତୋର ପରଜା । ୩ ।

କବିଚନ୍ଦ୍ର କହେ ଏତେ ଯାଅ ଶ୍ୟାମ ନିଜ ପଥେ
କଲା କରମର ଏବେ ଭୋଗୁଥା ମଜା । ୪ ।