Krusna Bolibara Jeun

କୃଷ୍ଣ ବୋଲିବାର ଯେଉଁ
(Kisorachandra— Raga Sena, Tala Jati)
(କିଶୋରଚନ୍ଦ୍ର— ରାଗ ସେନା, ତାଳ ଯତି)

କୃଷ୍ଣ ବୋଲିବାର ଯେଉଁ ଦ୍ୱିଅକ୍ଷର
ଆହା କି ସୁମଧୁର
ନ ଜାଣେ କି ସାର ପୀୟୂଷଧାରାର
ଯୋଗରୁ ଉତ୍ପତ୍ତି ହୋଇଅଛି ତାର । ଘୋଷା ।

ତୁଣ୍ଡରେ ଯେବେ ସେ ବିଳସଇ
କୋଟି ତୁଣ୍ଡ ହେବାକୁ ମନ ବଳଇ
କର୍ଣ୍ଣରେ ପଡ଼ିଲେ ଲକ୍ଷ ଲକ୍ଷ କର୍ଣ୍ଣ
ହେବା ବାଞ୍ଛା ହେଉଥାଏ ବାରମ୍ବାର । ୧ ।

ଚିତ୍ତପ୍ରାଙ୍ଗଣ ମଧ୍ୟରେ ଯେବେ
ନିର୍ମଳ ଭାବେ ସେ ବିହରେ
ସକଳ ଇନ୍ଦ୍ରିୟ ବ୍ୟାପାରକୁ ଜାତ
କରି ଜନମାଏ ଅତି ମୋଦଭର । ୨ ।