Kalindi Tirare Bansi

କାଳିନ୍ଦୀ ତୀରରେ ବଂଶୀ
(Kisorachandra— Raga Anandabhairabi, Tala Attatala)
(କିଶୋରଚନ୍ଦ୍ର— ରାଗ ଆନନ୍ଦଭୈରବୀ, ତାଳ ଅଟ୍ଟତାଳ)

କାଳିନ୍ଦୀ ତୀରରେ ବଂଶୀ
ବାଜି ମୋହି ଦେଉଅଛି ଜଙ୍ଗମରାଶି । ଘୋଷା ।

ଏହିଟି ସ୍ଥୈର୍ଯ୍ୟ ସର୍ପର ଅନ୍ତ
କରିବାକୁ ଅଟେ ବିହଗେଶ୍ୱର । ୧ ।

ଲଜ୍ଜାରୋଗ ବୃନ୍ଦ ନାଶ କରିବାକୁ
ଏହି ଧନ୍ୱନ୍ତରୀ ସଦୃଶ । ୨ ।

ପତିବ୍ରତା ଗର୍ବତୋୟନିଧି ପାନ
କରିବାକୁ କୁମ୍ଭତନୟ । ୩ ।