(କିଶୋରଚନ୍ଦ୍ର— ରାଗ ତୋଡ଼ି, ତାଳ ଆଦିତାଳ)
ଆହେ ନିଖିଳ ମନମୋହନ ପୁଣ୍ଡରୀକ ନୟନ । ଘୋଷା ।
ପର ଆୟତ୍ତରେ ଏହା ଅରଜିଲ ନୀଳବାହା
ପାଇଥିବ ସେ ସୁଦେହା ଆହା କି କଦନ । ୧ ।
ଘେନି ତୁମ୍ଭ ଆଦେଶ ଯାଇ ଲଳିତା ପାଶ
କହିବି କରି ବିଶ୍ୱାସ ଗିରେ ତୋଷି ମନ । ୨ ।
ପରବ ଶୀତମୟୂଖ ଗରବ ହର ଶ୍ରୀମୁଖ
ନ ଶୁଖାଅ ଦେଖି ଦୁଃଖ ହୁଏ ମୋ ବର୍ଦ୍ଧନ । ୩ ।
ଏତେ କହି ବୃନ୍ଦା ଗଲେ ଲଳିତାକୁ ଭେଟିଲେ
ରାଜେନ୍ଦ୍ର ଶ୍ରୀକୃଷ୍ଣ ପଦେ ନମେ ନିଶିଦିନ । ୪ ।