Are Sarasija Mukhi

ଆରେ ସରସିଜ ମୁଖୀ
(Kisorachandra— Raga Bhairabi, Tala Ekatali)
(କିଶୋରଚନ୍ଦ୍ର— ରାଗ ଭୈରବୀ, ତାଳ ଏକତାଳି)

ଆରେ ସରସିଜ ମୁଖୀ ମନୋଜ କେଳି ଲାଳସୀ । ଘୋଷା ।

ଅମୂଲ୍ୟ ମନ ଚିନ୍ତା ରତନ କରେ ନିବେଶି
ସଂପୁଟେ ଅତି ଆଗ୍ରହ ତତି
ଯୁକ୍ତ କି ମଧୁରହାସୀ । ୧ ।

ଲୋକ ନିପୁଣ ବଦାନ୍ୟପଣ ଗୁଣ ପ୍ରକାଶି
ତନୁ ଦାନରେ ନୁହ ଧନରେ
କୃପଣ ଭାବେ ଲାଳସୀ । ୨ ।

ଆୟାସୀ କେତେ ହେଲେନି ସତେ କୁଞ୍ଜବିଳାସୀ
ପ୍ରବଳ କୃପା ନିଧାନି ତ୍ରପା
ଚିତ୍ତୁ ଦିଅ ବରକାଶି । ୩ ।

ତୋ ପୁଣ୍ୟ ବାର ନର ଆକାର ଧରି ସୁକେଶୀ
ଅଛନ୍ତି ଆଗେ ନ ତେଜି ରାଗେ
ରାଜେନ୍ଦ୍ର ନାମ ଭରସି । ୪ ।