Syamabandhu Karuna Rasa Sindhu

ଶ୍ୟାମବନ୍ଧୁ କରୁଣା ରସସିନ୍ଧୁ
(Kisorachandra— Raga Sankarabharana, Tala Ekatali)
(କିଶୋରଚନ୍ଦ୍ର— ରାଗ ଶଙ୍କରାଭରଣ, ତାଳ ଏକତାଳି)

ଶ୍ୟାମବନ୍ଧୁ କରୁଣା ରସସିନ୍ଧୁ ହେ
ଶ୍ରୀମୁଖ ନିର୍ଜିତ ପାର୍ବଣ ଇନ୍ଦୁ ହେ । ଘୋଷା ।

ଯୁବାବୃନ୍ଦ ଶିରୋମଣି ମଣ୍ଡନ
ବାସବ ଶ୍ୟାମଳ ରତନ ଶୋଭନ
ନିଦ ଦାସୀ ଗଣେ କୃପାଳୁତା ଗୁଣ
ପ୍ରକାଶିଲ ଆଜି ରାଜୀବଲୋଚନ । ୧ ।

କାଶୀଶ୍ୱର ଶ୍ରୀପଦ ସେବା ଭାବେ
ରସି କି ସୁକୃତ ଅର୍ଜିଥିଲୁଁ ପୂର୍ବେ
ଯାହା ତୁମ୍ଭେ କେଳି ମୁରଲୀ ରବେ
ଡାକିଲ ଆମ୍ଭଙ୍କୁ ରାସ ମହୋତ୍ସବେ । ୨ ।

ଜିତ କୋଟି କାମ ରୁଚିର ବେଶ
ବିଲୋକି ଆମ୍ଭର ଧୈର୍ଯ୍ୟ ହୁଏ ନାଶ
ନୃତ୍ୟ ରଙ୍ଗେ ରସି ଆମ୍ଭ ମାନସ
ଭୃତ୍ୟବତ୍ସଳ ହେ ବେଗେ କର ସନ୍ତୋଷ । ୩ ।

କଞ୍ଜ ମଞ୍ଜତର ମୃଦୁ ଶ୍ରୀପଦ
ରତନ ମଞ୍ଜୀର ମଧୁ ନିନାଦ
ଶୁଣି ଶ୍ରୁତି ମତି ଭଜୁ ପ୍ରମୋଦ
ରାଜେନ୍ଦ୍ର ବନ୍ଦିଲେ ନିତି କୃଷ୍ଣ ପ୍ରପଦ । ୪ ।