Chala Chala Pranasahi

ଚାଲ ଚାଲ ପ୍ରାଣସହି
(Kisorachandra— Raga Sankarabharana, Tala Jati)
(କିଶୋରଚନ୍ଦ୍ର— ରାଗ ଶଙ୍କରାଭରଣ, ତାଳ ଯତି)

ଚାଲ ଚାଲ ପ୍ରାଣସହି ଦେଖିବା ଯାଇ । ଘୋଷା ।

ରାସରସ ରଙ୍ଗିଲା ହୋଇ କେତେ ଛଇଲା
ମୋହନ ମନକୁ ଆଜି ଅଛନ୍ତି ମୋହି । ୧ ।

ଶ୍ଯାମ ଲବ କରୁଣା ଲଭି କେତେ ପ୍ରବୀଣା
ରାସୋତ୍ସବେ ମାତି କମ୍ପାଉଥିବେ ମହୀ । ୨ ।

ଆହା ସେ ସୁଖ ଭାଗ୍ୟ ଲଭିବାକୁ ମୁଁ ଯୋଗ୍ୟ
ନ ହେଲି ପୂର୍ବେ ତ ସୁକୃତ କରିନାହିଁ । ୩ ।

ଶୁଣି ଶ୍ରୀମତୀ ଗିର ସଖୀ ନେଇ ସତ୍ୱର
ଦେଖାଏ ରାଜେନ୍ଦ୍ର ଭଣେ କୃଷ୍ଣଙ୍କୁ ଧ୍ୟାଇ । ୪ ।