Sajani Chahan Aha

ସଜନୀ ଚାହାଁ ଆହା
(Kisorachandra— Raga Suratha, Tala Ekatali)
(କିଶୋରଚନ୍ଦ୍ର— ରାଗ ସୁରଠ, ତାଳ ଏକତାଳି)

ଆହା କି ଶୋଭନ ସଜନୀ ଚାହାଁ
ନାରୀଗଣ ସଙ୍ଗେ ରଙ୍ଗେ ନୃତ୍ୟ କରନ୍ତି ନନ୍ଦନନ୍ଦନ । ଘୋଷା ।

କରେ ଧରି ବୀଣା କେ ରସ ପ୍ରବୀଣା
ବଜାଇ କରେ ଗାନ । ୧ ।

କେ ପ୍ରେମେ ବିହ୍ୱଳ ହୋଇ ମରଦଳ
ଟିପଇ ଘନଘନ । ୨ ।

ଲାଜ ଲାଜ ହୋଇ କୃଷ୍ଣଙ୍କୁ କେ ସହି
ଦିଏ ଧୀରେ ଚୁମ୍ବନ । ୩ ।

ଚନ୍ଦ୍ରାବଳୀ ମୋଦେ ମିଶି କୃଷ୍ଣ ହୃଦେ
କରଇ ଆଲିଙ୍ଗନ । ୪ ।

ଦେଖି ରାଧା ରୋଷେ ଭାଷନ୍ତି ବିରସେ
ରାଜେନ୍ଦ୍ର ଧ୍ୟାଏ କୃଷ୍ଣ । ୫ ।