Gopa Gopie Arghya Bandanti

ଗୋପ ଗୋପୀଏ ଅର୍ଘ୍ୟ ବନ୍ଦାନ୍ତି
(SrichandanaEkatali)
(ଶ୍ରୀଚନ୍ଦନଏକତାଳି)

ଗୋପ ଗୋପୀଏ ଅର୍ଘ୍ୟ ବନ୍ଦାନ୍ତି
ଜୟ ମଙ୍ଗଳ ଶୁଭ ମଙ୍ଗଳ । ଘୋଷା ।

ଅଷ୍ଟସଖୀ ହୋଇ ମେଳି କରେ ଧରି ଅର୍ଘ୍ୟଥାଳି
କେହୁ ଦିଏ ହୁଳହୁଳି ନାଦରେ ସ୍ଥଳୀ ଉଚ୍ଛୁଳି । ୧ ।

କେଉଁ ବାଳୀ ମାରେ ତାଳି ନାଚେ ଶ୍ୟାମ ଢଳି ଢଳି
ଅଧରେ ଦେଇ ମୁରଲୀ ବଜାଏ ସୁସ୍ୱର କରି । ୨ ।

ଗୋଧନ ବାହୁଡ଼ା କାଳେ ଗୋପ ଗୋପାଳଙ୍କ ମେଳେ
ନାଚନ୍ତି ନନ୍ଦ ଦୁଲାଳେ ଧରି ଜାମୁ ଡାଳେ ଡାଳେ । ୩ ।

ବାମେ ରାଧା ଚନ୍ଦ୍ରାବଳୀ ମଧ୍ୟେ ନାଚେ ବନମାଳୀ
ଶ୍ରୀଚନ୍ଦନ ମନେ ଭାଳି ଦିଏ ତହିଁ କରତାଳି । ୪ ।