Naba Basanta Samaya

ନବ ବସନ୍ତ ସମୟ
(SrichandanaKhemata)
(ଶ୍ରୀଚନ୍ଦନଖେମଟା)

ନବ ବସନ୍ତ ସମୟ
ନବ ବୃନ୍ଦାବନ ରସମୟ ହେ । ଘୋଷା ।

ମଳୟ ଅଚଳ ସମ୍ପତି ପ୍ରଚଳ
ଦକ୍ଷିଣା ପବନ ବହିଲା
ତରୁଲତା ସର୍ବ ନୂତନ ପଲ୍ଲବ
ରସାଳ ମୁକୁଳ ଧଇଲା । ୧ ।

ନବ ମାଧବିକା ମଧୁପ ଜୀବିକା
ମଲ୍ଲୀ ବଲ୍ଲୀ ଫୁଲ ଫୁଟିଲା
ନିଆଳୀ କମଳ ନୀଳ ଉତପଳ
ଗନ୍ଧ ଗନ୍ଧବହ ଧଇଲା । ୨ ।

ସକଳୀ ପଲାଶ ନାସିଆ ପଲାଶ
କୁସୁମେ ଉଲ୍ଲାସ ହୋଇଲା
ନିକୁଞ୍ଜ ଭୁବନେ ରମ୍ୟ ଚୂତବନେ
କୋକିଳ ପଞ୍ଚମ ଗାଇଲା । ୩ ।

କୋକିଳ ସମୀରେ ମୃଦୁ କମ୍ପନରେ
ଲଳିତ ଲବଙ୍ଗ ଲତିକା
କାନ୍ତର ତକ୍ଷଣେ କରଜେ ଯେମନ୍ତେ
ରମଣୀ ମୃଦୁଳ ଶୀତିକା । ୪ ।

ମତ୍ତ ମଧୁକର କରିଲା ଝଙ୍କାର
ଅଶୋକ ପ୍ରଫୁଲ୍ଲେ ଘେରିଲା
ବୋଲେ ଶ୍ରୀଚନ୍ଦନ ନନ୍ଦର ନନ୍ଦନ
ଏସନ ସମୟେ ହେରିଲା । ୫ ।