(ଶ୍ରୀଚନ୍ଦନ— ରାଗ ଲଳିତ ବସନ୍ତ)
ଆହେ କେଶବ କିଶୋରୀମଣି ନ ବଞ୍ଚିବ
ବେଳୁଁ ବେଳ ବ୍ୟାଧି ବୃଦ୍ଧି ହେବ । ଘୋଷା ।
ଦଇବୀ ବୈଦ୍ୟ ହୃଦୟ ଆମ୍ଭଙ୍କୁ କର ଉଦୟ
କରୁଣା ଔଷଧି ଦେଇ ରଖ ଜୀବ । ୧ ।
ଏକେ ତ ରାଜକୁମାରୀ ଆଜନମ ସୁକୁମାରୀ
ଅଳ୍ପକ ବାଧାରେ କଳ୍ପ ଅନୁଭବ । ୨ ।
ରଞ୍ଚି କିଶଳୟ ଶେଯ କରାଇଣ ତାତପର୍ଯ୍ୟ
କେବେ କି ଲଭିବ ତାର ଚେତା ଲବ । ୩ ।
ଶ୍ରୀଚନ୍ଦନ ବୋଲେ ଶ୍ୟାମ ତୁମ୍ଭେ ତାରେ ହେଲ ବାମ
ବିଚାର କି ନାରୀବଧେ ଭାଗୀ ହେବ । ୪ ।