Kunje Gamana Go

କୁଞ୍ଜେ ଗମନ ଗୋ
(Srichandana)
(ଶ୍ରୀଚନ୍ଦନ)

କୁଞ୍ଜେ ଗମନ ଗୋ ମତ୍ତ କୁଞ୍ଜର ଗାମିନୀ
ବାଜେ କିଣି କିଣି କିଣି ଜଘନ କିଙ୍କିଣୀ ଗୋ । ଘୋଷା ।

ତୁଙ୍ଗବିଦ୍ୟା ଡମ୍ପ ବାଜେ ଚମକି ବଜାଏ
ରଙ୍ଗେ ନାଚେ ରଙ୍ଗଦେବୀ ସୁଦେବିକା ଗାଏ । ୧ ।

ନାନା ନୃତ୍ୟ ଗୀତ ରସ ବିଳାସ ପ୍ରକଟେ
ବନ ଘନ ଦିଗ ଦିଗାନ୍ତର ପୂରି ଉଠେ । ୨ ।

ଗୌରୀ ଚନ୍ଦ୍ରମୁଖୀ ସରୋଜ ନୟନୀ
କନ୍ଦର୍ପ ମୋହିନୀ ରମ୍ଭା ଚାରୁ ନିତମ୍ବିନୀ । ୩ ।

ରାଧେ ରସବତୀ ପ୍ରେମାମୃତ ଉଦ୍ଗାରିଣୀ
ବିନେ ହେମ ଗୌରୀ ବୃନ୍ଦା ବିପିନ ଶାୟିନୀ । ୪ ।

ବୋଲେ ଶ୍ରୀଚନ୍ଦନ ପ୍ରେମତରଙ୍ଗ ପ୍ରକାଶ
ଧ୍ୟାନେ ଜାଣି କଇଳାସେ ନାଚେ କୃତ୍ତିବାସ । ୫ ।