Naba Kisori Rupa Madhuri

ନବକିଶୋରୀ ରୂପ ମାଧୁରୀ
(Srichandana)
(ଶ୍ରୀଚନ୍ଦନ)

ନବକିଶୋରୀ ରୂପ ମାଧୁରୀ କିବା ଚମତ୍କାର ରେ
କୁନ୍ଦନ କଲି ଝଲକ ଝଲି ସକଳ ଗଉର ରେ । ଘୋଷା ।

ଭୃଙ୍ଗ ଗଉର ପିକ ଗଉର ଗଉର ମୟୂର ରେ
ଶୁକ ଶାରିକା ବନଚାରିକା କୁରଙ୍ଗୀ ଗଉର ରେ । ୧ ।

ତରୁଣ ଲତା କୂଳ ଜଡ଼ିତା ଯୁଗଳ ମଧୁର ରେ
ତମାଳ ବନ ଭୁବି ଗଗନ ସକଳ ଗଉର ରେ । ୨ ।

ମଲ୍ଲୀ ମାଳତୀ ନିଆଳୀ ଜାତି ବଧୁକ ମନ୍ଦାର ରେ
ନୀଳ କମଳ କୁସୁମ କୁଳ ସକଳ ଗଉର ରେ । ୩ ।

ଚକ୍ର କପୋତ ଖଞ୍ଜନ ଯତ ତତ ନୃତ୍ୟକାର ରେ
ଶ୍ରୀବୃନ୍ଦାବନ ମନ୍ଦ ପବନ ଗଗନ ଗଉର ରେ । ୪ ।

ଶ୍ରୀରାଧା ଅଙ୍ଗ କାନ୍ତି ତରଙ୍ଗ କିବା ଚମତ୍କାର ରେ
ଜଳଦମାଳା କଜ୍ଜ୍ୱଳ କଳା ଶ୍ୟାମ ହିଁ ଗଉର ରେ । ୫ ।