He Mohana Tumbha Tana

ହେ ମୋହନ ତୁମ୍ଭ ଟାଣ
(Srichandana)
(ଶ୍ରୀଚନ୍ଦନ)

ହେ ମୋହନ ତୁମ୍ଭ ଟାଣ ଗଲାଣି କେଣିକି ହେ । ଘୋଷା ।

କେତେ କରୁଥିଲ ଆଣ୍ଟ କେଣେ ଗଲା ସେ ମୁରାଟ
ଆପଣା ମନରେ ବାଣ୍ଟ କାହାର ହାରିକି ହେ । ୧ ।

ଆହେ ରସିକଶେଖର ବାଂଶରୀ ଦିଅ ମୋ କର
ଜିଣିମା ଦ୍ରବ୍ୟ ସେ ମୋର ରଖିଛି କାହିଁକି ହେ । ୨ ।

ଏତେ କହି ନାରୀବର ଧରି ଶୀଘ୍ରେ ଶ୍ୟାମ କର
ଛଡ଼ାଇ ବଂଶୀ ନିକର ନେଲେ ସେ ଟାଣିକି ହେ । ୩ ।

ଦୀନ ଶ୍ରୀଚନ୍ଦନ କହି ଆହେ ପ୍ରଭୁ ଭାବଗ୍ରାହୀ
କେତେ କରୁଥିଲ ଟାହି ଅବଳା ଦେଖିକି ହେ । ୪ ।