Pranasakhi Sasimukhi Kheliba

ପ୍ରାଣସଖୀ ଶଶୀମୁଖୀ ଖେଳିବା
(Srichandana)
(ଶ୍ରୀଚନ୍ଦନ)

ପ୍ରାଣସଖୀ ଶଶୀମୁଖୀ ଖେଳିବା ଏ ବାର ଗୋ । ଘୋଷା ।

ଯେବେ ହାରି ଏହି ବାର ଦେବ କଣ୍ଠ ମୁକ୍ତାହାର
ଏଇ ପିଢ଼ ହେଲା ସ୍ଥିର ସଙ୍ଗିନୀ ନିକର ଗୋ । ୧ ।

ଆଣ ଆଣ ପଶା ସାର କରିବା ଖେଳ ବିଚାର
ଲଳିତା ପାତିଲା ସାର ହୋଇଲା ତୁମୂଳ ଗୋ । ୨ ।

ପ୍ରଥମେ ଖେଳିଲେ ଶ୍ୟାମ ପଶା ନାହିଁ ଦେଲେ ଦାନ
ହସିଲେ ନାଗରୀଗଣ ହାରିଲ ନାଗର ଗୋ । ୩ ।

ଦୀନ ଶ୍ରୀଚନ୍ଦନ କହି ଶୁଣ ଆଗୋ ବ୍ରଜଗୋଈ
ନ କହ ଆଉ ଛଳାଇ ହସିବେ ସଂସାର ଗୋ । ୪ ।