Syama Bandhu Mukha Indu

ଶ୍ୟାମବନ୍ଧୁ ମୁଖଇନ୍ଦୁ
(Srichandana)
(ଶ୍ରୀଚନ୍ଦନ)

ଶ୍ୟାମବନ୍ଧୁ ମୁଖଇନ୍ଦୁ ଲୁଚାଅ ଏଥର ଗୋ । ଘୋଷା ।

ଦୁଇବାର ହୁଡ଼ କରି କାହିଁ ନୋହିଲ ହେ ହରି
ଜାଣିଲୁ ଟାଣ ତୁମ୍ଭର ରସିକଶେଖର ହେ । ୧ ।

କଣ୍ଠୁ ତୁମ୍ଭ ମୁକ୍ତାହାର ବେଗେ ଦିଅ ମୋର କର
ଜିଣିମା ଦ୍ରବ୍ୟ ସେ ମୋର ରଖିଛ କିଶୋର ହେ । ୨ ।

ଆମ୍ଭେ ସର୍ବ ନାରୀଗଣ ଆମ୍ଭଙ୍କୁ ନ କହ ଟାଣ
କେତେ କରୁଛ ଗୁମାନ ଅବଳାମାର ହେ । ୩ ।

ଶ୍ରୀଚନ୍ଦନ ଦୀନ ଆଜ ଘେନ ଆହେ ରସରାଜ
କଣ୍ଠୁ ମୁକ୍ତାହାର ତ୍ୟାଜ କରିବ ନିକର ହେ । ୪ ।