Au Tumbha Bansi Ambhe

ଆଉ ତୁମ୍ଭ ବଂଶୀ ଆମ୍ଭେ
(Srichandana)
(ଶ୍ରୀଚନ୍ଦନ)

ଘନଶ୍ୟାମ ହେ ଘନଶ୍ୟାମ ହେ
ଆଉ ତୁମ୍ଭ ବଂଶୀ ଆମ୍ଭେ ନ ଦେବୁ କଦାଚନ ହେ । ଘୋଷା ।

ଏ ବଂଶୀର ଲାଗି ହରି ହେଲୁ ଆମ୍ଭେ ଅତିସରି
କୁଳ ଛଡ଼ାଇ ଆମ୍ଭରି ବୁଲାଇଲା ବନ ହେ । ୧ ।

ଲୋକଧର୍ମ ବେଦଧର୍ମ ଛଡ଼ାଇ ଆମ୍ଭ ପ୍ରାକର୍ମ
ଭଗାରି ହେଲା ନିଦାନ କରୁଛି ଉଚ୍ଛନ୍ନ ହେ । ୨ ।

ହେଲାଣି ଏ ବ୍ରଜେ ବ୍ରଜ ବଧୂ ଘେନି ବୃନ୍ଦ ହେଜ
ଛଡ଼ାଇଲା ଲାଜ ବ୍ୟାଜ ଆଭୀରୀୟ ଗଣ ହେ । ୩ ।

ଯମୁନା ନଦୀରେ ନେଇ ଏକ୍ଷଣି ଦେବି ଭସାଇ
ତେବେ ମନ ସୁସ୍ଥ ହୋଇ ଶୁଣ ହେ ମୋହନ ହେ । ୪ ।

ଦୀନ ଶ୍ରୀଚନ୍ଦନ କହି ଶୁଣ ଆହେ ଭାବଗ୍ରାହୀ
ନ କହ ଆଉ ବଳାଇ ନାଗର ରତନ ହେ । ୫ ।