Brunda Debi Ananda

ବୃନ୍ଦାଦେବୀ ଆନନ୍ଦ
(Srichandana)
(ଶ୍ରୀଚନ୍ଦନ)

ବୃନ୍ଦାଦେବୀ ଆନନ୍ଦରେ ଗାଇଲା ରେ
ଖେମଟା ରଙ୍ଗରେ ନୃତ୍ୟ ବିହିଲା ରେ । ଘୋଷା ।

ଦେଖ ଦେଖ ସଖୀଗଣ ଆଖି ପକ୍ଷୀ ନିମଜ୍ଜନ
କିଶୋର କିଶୋରୀ ଶୋଭା ମୋହିଲା ରେ । ୧ ।

ରସିକିନୀ ସୁରସିକ କଳା ଗୋରା ହେଲା ଏକ
ତମାଳେ ସୁବର୍ଣ୍ଣଲତା ଜଡ଼ିଲା ରେ । ୨ ।

ତାତା ଥେଇଥେଇ ସ୍ୱନ ତାଧେଇ ତାଧେଇ ମାନ
ରଙ୍ଗ ଭଙ୍ଗୀ କେତେ ବାଢ଼ି ନାଚିଲା ରେ । ୩ ।

ତୋଷେ ଭାଷେ ଶ୍ରୀଚନ୍ଦନ ରସ ହୁଏ ବରନନ
ତରୁତ ତରୁଣୀ ଭାଲ ସାଜିଲା ରେ । ୪ ।