Jaya Jaya Radhe

ଜୟ ଜୟ ରାଧେ
(Srichandana)
(ଶ୍ରୀଚନ୍ଦନ)

ଜୟ ଜୟ ରାଧେ ଭଜ ରାଧେ
ରାଧେ କୃଷ୍ଣ ଗୋବିନ୍ଦେ । ଘୋଷା ।

ରସିକ ରସାୟନ ରସବତୀ ଜୀବନ
ରାହାସ ବିହାରୀ ଗୋବିନ୍ଦେ । ୧ ।

ନଟବର ଧାରୀ ବାଙ୍କବିହାରୀ
ରାଧା ମନୋହାରୀ ଗୋବିନ୍ଦେ । ୨ ।

ଗୋପ ଯୁବତୀବର ଲମ୍ପଟ ନଟବର
କେଳି କରୁଣାସିନ୍ଧୁ ଗୋବିନ୍ଦେ । ୩ ।

ମୁରଲୀଧାରୀ ଗିରିବର ଧାରୀ
ନିକୁଞ୍ଜ ବିହାରୀ ଗୋବିନ୍ଦେ । ୪ ।

ଶ୍ରୀଚନ୍ଦନ ନାମ ରାଧା ପଦେ ଆଶ
ବୃନ୍ଦାବନ ଚନ୍ଦ୍ର ଗୋବିନ୍ଦେ । ୫ ।