(ବିଶ୍ୱମ୍ଭର ରାଜେନ୍ଦ୍ର ଦେବ— ରାଗ ପୁନ୍ନାଗ)
ହେ ମୋହନ ଚାଲି ମୁଁ ନ ପାରେ
ହାଲିଆ ହୋଇ କ୍ଷପାରେ । ଘୋଷା ।
ସୁଭାଗିନୀଗଭା ହେଲି ବ୍ରଜ ସ୍ୱରୂପାରେ
ଦେବୀଙ୍କ କଟାକ୍ଷଖେଳା ବିଳାସରୁ
ସେବିଲି ଜଳଜ ପାରେ । ୧ ।
ଭାସିଗଲିନି ମୁଁ ଆସି ଖେଦ ଅକୂପାରେ
କରିବି କି ବିଧି ଦିଶୁନାହିଁ ବୁଦ୍ଧି
ତରିବାକୁ ଆଉ ପାରେ । ୨ ।
ଆସୁନାହିଁ ବୋଲିବାକୁ ଭାଷଟି ତ୍ରପାରେ
ଭଙ୍ଗୀରଙ୍ଗିଲା ହେ ଦିଅ ଦିଅ ସିଲ
ଅଙ୍ଗୀକାରକୁ କୃପାରେ । ୩ ।
ଏହିକ୍ଷଣି ଗରବ ସରିବ ଏଥି ପାଁରେ
ରାଜଇନ୍ଦ୍ର ବୋଲେ ସେ ଶ୍ୟାମ ଭାଷିଲେ
କପଟ ରଖି ଅପାରେ । ୪ ।