Ahe Nabakisora Hira

ଆହେ ନବକିଶୋର ହୀରା
(Biswambhara Rajendra Deba)
(ବିଶ୍ୱମ୍ଭର ରାଜେନ୍ଦ୍ର ଦେବ)

ଆହେ ନବକିଶୋର ହୀରା
ମୁରଲୀଧରା ନାଗରୀ ଜାତି ମତିହରା
ନାଳିକନୟନ ହେ ଭାଳିଥିଲ କି ମନେ
ଆଳୀଙ୍କି ସୁମଶର ପାଳିରେ ଦେବି ବୋଲି । ଘୋଷା ।

ଜାଣିଥିଲେ ଏହା ହେ ଧନ
ଆଣି ପାରନ୍ତା କେହି ଏ ବଂଶୀସ୍ୱନ
ବାଣୀ ପୀୟୂଷ ମୃଦୁ ଛାଣି ଚତୁରପଣ
ଆଳୀମୋହନ ନୀଳଠାଣି କଷନ୍ତୁ ତେବେ । ୧ ।

ଆସି ମୁଖ ଦେଖାଅ ଏବେ
ଭାସିଗଲୁନି ଦାସୀଟାମାନେ ଶୋକାର୍ଣ୍ଣବେ
ଜାଗର କରି ନିଶିଭାଗରେ ବୁଲି ବୁଲି
ଆଗରେ ମିଳି ଅନୁରାଗରେ ମନ ଘେନ । ୨ ।

ନାହିଁ ଲୋଡ଼ା ତୁମ୍ଭ ପୀରତି
କାହିଁକି ଆଉ ଚାହିଁ ବସିଛ ଦୁଃଖରୀତି
ଯାଉଛୁ ପୁରକୁ ଏ ଦାଉ ନ ସହୁ ଲବେ ଥାଉ
ଏ କଟାକ୍ଷ କଠାଉ ତଳରେ ନମି । ୩ ।

ଶିଖଣ୍ଡଚୂଳ ସଖୀ ଗିରେ
ବିକଳ ହୋଇ ଭାଷିଲେ ମଦନ ଆତୁରେ
ରାଜନ ସୁରବର ତାଜ କରି ସେ ବ୍ରଜ
ରାଜତନୁଜ ପଦ ଆଜନମୁ ସେବେ । ୪ ।