(ମୋହନ ଗୋସେଇଁ)
ନବଘନେ ପୁଲକ ବଦନେ ଚାହୁଁ କାହିଁକି
ମନରେଗରେ ଅନୁରାଗରେ
ଥରେ ଥରେ ଥରିଉଠୁ ଚମକି
ମୋତେ କହିବୁ ନାହିଁକି । ଘୋଷା ।
ମୁଁ ତ ଜାଣେ ତୋ ଚିତ୍ତ ମୋର ପରାଣମିତ
ମନ ବଜାଇଲୁ ତ ମନମୋହନଙ୍କୁ ତ
ନୋହିଲେ ଏପରି ହୁଅନ୍ତୁ ବାଇ କି । ୧ ।
ବ୍ରଜକିଶୋରବର ସହି ନୁହେଁ କାହାର
ହୋଇ ଜୀବନ ଚୋର ଜୀବନ ତୋର
ଶେଷେ ଝୁରିବୁ ତା ଆଶାପଥ ଚାହିଁକି । ୨ ।
କପଟିଆଙ୍କ ଗୁରୁ ତାଙ୍କୁ ଜୁହାର ଦୂରୁ
କି ମିଳିବ ସେ ପ୍ରୀତିରୁ ଭୁଲିଯାଅ ମନରୁ
ପରତେ ନାହିଁ କାଳିଆ କହ୍ନାଇକି । ୩ ।
ଏ ମୋହନ ଦୟିନୀ ଶୁଣ କିଶୋରୀମଣି
ନେତ୍ରୁ ବହିବ ପାଣି ତାଙ୍କ ଗୁଣକୁ ଗୁଣି
ପଛେ ହେଜିବୁ ସଙ୍ଗିନୀ ମୋ ବାଣୀକି । ୪ ।