Sangini Re Mane Paduchi Mora

ସଙ୍ଗିନୀରେ ମନେ ପଡ଼ୁଛି ମୋର
(Mohana Gosein)
(ମୋହନ ଗୋସେଇଁ)

ସଙ୍ଗିନୀରେ ମନେ ପଡ଼ୁଛି ମୋର
ବୃନ୍ଦାବନ ବିହାରୀ ଶ୍ୟାମସୁନ୍ଦର । ଘୋଷା ।

ଚାହିଁଲେ ଯେଣେ ଦିଶନ୍ତି ତେଣେ
ଘନବରନ ରୂପ ମୋ ଗଳାହାର । ୧ ।

ଚିତ୍ର ପ୍ରତିମା ଗୋପ ଚନ୍ଦ୍ରମା
ଆହା ସେ ତ୍ରିଭଙ୍ଗିମା ଠାଣି ତାଙ୍କର । ୨ ।

ଭୁଲିଲେ ପରା ମୋ ଚିତ୍ତଚୋରା
ସରିଗଲା ସୁଖ ଅଭାଗିନୀ ରାଧାର । ୩ ।

ଯୁଗଳ ପ୍ରୀତି ମୋହନ ଚିନ୍ତି
ସତେ ଲଭିବି ରାଧାକୃଷ୍ଣ ପୟର । ୪ ।