Padijiba Syama Phande

ପଡ଼ିଯିବ ଶ୍ୟାମ ଫାନ୍ଦେ
(Syamasundara— Raga Suratha, Tala Ekatali)
(ଶ୍ୟାମସୁନ୍ଦର— ରାଗ ସୁରଠ, ତାଳ ଏକତାଳି)

ପଡ଼ିଯିବ ଶ୍ୟାମ ଫାନ୍ଦେ ସେ ନବକିଶୋରୀ ଗୋ
ଲୋଡ଼ୁଅଛି ତାର ପଦଚିହ୍ନ ଅନୁସରି ଗୋ । ଘୋଷା ।

ଫେଡ଼ି କହୁ ନାହିଁ ସିନା ଅନ୍ତରଗତ ଭାବନା
ନନ୍ଦସୁତ ସଙ୍ଗ ସେହି ଲଭିବ କିପରି ଗୋ । ୧ ।

ବଳିଲାଣି ତାର ମନ ଶଙ୍କାମାତ୍ର ଗୁରୁଜନ
ଦୂରେ ବଂଶୀନାଦ ଶୁଣି ଶ୍ରୁତି ଦିଏ ଡେରି ଗୋ । ୨ ।

ଆଳି ସଙ୍ଗେ ଯମୁନାକୁ ଗଲେ ନୀର ଆଣିବାକୁ
କଦମ୍ବ ମୂଳକୁ କେତେ ଚାହେଁ ଫେରି ଫେରି ଗୋ । ୩ ।

ଭାଷଇ ଶ୍ୟାମସୁନ୍ଦର ହେ ସଖି ଭ୍ରମ ଆମ୍ଭର
ବିଧି ବିଧାନକୁ କିଏ ଦେବ ଆନ କରି ଗୋ । ୪ ।