Thila Kahin He Syama

ଥିଲ କାହିଁ ହେ ଶ୍ୟାମ
(NarayanaEkatali)
(ନାରାୟଣଏକତାଳି)

ଥିଲ କାହିଁ ହେ ଶ୍ୟାମ ଥିଲ କାହିଁ
ତୁମ୍ଭ ପରି ଆଉ ଜଣେ ଦେଖା ନାହିଁ । ଘୋଷା ।

ଜାଳିଣ ଜାଗର ହୋଇ ଉଜାଗର
ବସି ଚାହିଁ ଚାହିଁ ନିଶି ଗଲା ପାହି । ୧ ।

କହ ହେ ମୋହନ ଏ କାହା ବସନ
ପିନ୍ଧିଅଛ ତୁମ୍ଭ ମୁଖେ ଲାଜ ନାହିଁ । ୨ ।

ହେ ଲବଣୀଚୋରା ଏହି ମୁଖେ ପରା
କହିଥିଲ ମୁଁ ଆସିବି ଦେହ ଛୁଇଁ । ୩ ।

ନ ରହି ନିମିଷେ ଯାଅ ତାର ପାଶେ
ନାରାୟଣ ଭାଷେ ଯୁଗ୍ମ ପଦ ଧ୍ୟାୟି । ୪ ।