Aja Rajanire Brajarajaku Ani

ଆଜ ରଜନୀରେ ବ୍ରଜରାଜକୁ ଆଣି
(RaghunathaAdatali)
(ରଘୁନାଥଆଡ଼ତାଳି)

ଆଜ ରଜନୀରେ ବ୍ରଜରାଜକୁ ଆଣି
ଭେଟାଇବି ଗୋ ମିତଣୀ । ଘୋଷା ।

ଭୁଲାଇ ନାନା ପ୍ରକାର ବୁଲାଇ କହିବି ଗିର
ଭୁଲାଇବି ଦୋଷ ତୋର ଧରି ତା ପାଣି । ୧ ।

ଅନାଇ ହସି ହରଷେ ମନାଇ ଦେବି ତୋ ପାଶେ
କହ୍ନାଇର ମାନ ଲେଶେ ନ ଥିବ ପୁଣି । ୨ ।

ମଥାକୁ ପୋତିଛୁ ଛାର କଥାକୁ କରିଛୁ ଗାର
ବୃଥାକୁ କହୁଛୁ ବାରବାର ଏ ବାଣୀ । ୩ ।

ଚିତ୍ତରେ ଭାବି ଏମନ୍ତ ମିତରେ କହେ ଏହି ତ
ଗୀତରେ ଯେ ରଘୁନାଥ ଏ ପଦ ଭଣି । ୪ ।