(ଗୋବିନ୍ଦ)
ବହୁଦିନ ପରେ ପାଇଛି ହେ ଦେଖା
ଦଣ୍ଡେ କି ନିମିଷେ ରହ ହେ
ଅଧୀର ହେଉଛି ଏ ପଞ୍ଚପରାଣ
ପଦେ ଅଧେ କଥା କହ ହେ । ଘୋଷା ।
ଯିବ କି ରହିବ ଏ ପୋଡ଼ା ପରାଣ
ନାହିଁ ତାର କିଛି ଥୟ ହେ
ଦହିବ ତ ଦିନେ ଚିତାରେ ଏ ଦେହ
ଚିନ୍ତାନଳେ କିମ୍ପା ଦହ ହେ । ୧ ।
ଲିତା ଲିତା କରି ବିତିଲା ବରଷ
ନିମିଷେକ ତୁମ୍ଭେ ସହ ହେ
ଜୀବ ଗଲେ ଯିବ କୀରତି ରହିବ
ମହକିବ ମହମହ ହେ । ୨ ।
ବୋଲେ ଏହି ଗୀତ କବିକୁଳଖ୍ୟାତ
ଗୋବିନ୍ଦ ନାମ ନିର୍ବାହ ହେ
ହେ ରସିକବର ଦୋଷ ଥିଲେ ମୋର
ଜଳରେ ଭସାଇ ଦିଅ ହେ । ୪ ।