(ଦ୍ୱିଜ ଭୋବନୀ— ରାଗ ଖମ୍ବାଜ, ତାଳ ଏକତାଳି)
ଯେବେ ଏ ନାଗରୀ ଗୋରୀ ହୁଅନ୍ତା ମୋ ମନୋହାରୀ
ଛାତି ପଲଙ୍କରେ ମାତି ପୁହାଇ ଦ୍ୟନ୍ତି ଶର୍ବରୀ । ଘୋଷା ।
ସଜାଡ଼ି ବାନ୍ଧିଛି ଜୂଡ଼ା ସେବତୀ ମଲ୍ଲୀ ପାଖୁଡ଼ା
କି ଶୋଭା ସାଜେ ଅଳତା ନେଉଅଛି ମନ ହରି । ୧ ।
ମୁଖ ଚନ୍ଦ୍ର ଶୋଭାରାଶି ଚନ୍ଦ୍ର କି ପଡ଼ିଛି ଖସି
କିବା ରବି ଉଦେ ହୋଇ ଆସନ୍ତି ଭ୍ରମଣ କରି । ୨ ।
ମୁଖୁଁ ଖସି ସ୍ୱେଦ ନୀର ପଡ଼ିଯାଇ ଉର ପର
ତିନ୍ତିଣ ଝୀନ ବସନ ଦିଶଇ ଉରଜ ବାରି । ୩ ।
ୟା ସଙ୍ଗ ଲଭିବା ପାଇଁ ଶିବଙ୍କୁ ପୂଜିବି ଯାଇଁ
ଦ୍ୱିଜ ଭୋବନୀ କହଇ ଭାବୁଛି ଦିବା ଶର୍ବରୀ । ୪ ।