Dekha Sakhi Ehi Ambha

ଦେଖ ସଖୀ ଏହି ଆମ୍ଭ
(Kartika)
(କାର୍ତ୍ତିକ)

ଦେଖ ସଖୀ ଏହି ଆମ୍ଭ ଶିଖଣ୍ଡଚୂଳିଆ ଗୋ
ବୃଷଭାନୁ ନନ୍ଦିନୀଙ୍କ ଜୀବନପାଳିଆ ଗୋ । ଘୋଷା ।

ଅଧର ଜିଣୁଛି ଜବା କୋଟିଏ କନ୍ଦର୍ପ ଶୋଭା
ଦ୍ୱିଜରାଜ ପ୍ରାୟେ ପ୍ରଭା ପୀତଦୁକୂଳିଆ ଗୋ । ୧ ।

ଦେଖି ସେ ଲାବଣ୍ୟ ମୂର୍ତ୍ତି କେ ଧରିପାରିବ ଧୃତି
ତ୍ରିଭଙ୍ଗି ଭଙ୍ଗିମା ଛନ୍ଦେ ହୋଇଛନ୍ତି ଠିଆ ଗୋ । ୨ ।

ଗଳେ ଲୁଳେ ବନମାଳ ଶିରେ ଶିଖୀପୁଚ୍ଛ ଚୂଳ
କି ଉପମା ଦେବ ତୁଳ ଯମୁନାକୂଳିଆ ଗୋ । ୩ ।

ସେ ରୂପ ଦେଖି କାମିନୀ ଝୁରନ୍ତି ଦିବା ଯାମିନୀ
କାର୍ତ୍ତିକ କରେ ଦଇନୀ କାଇଞ୍ଚମାଳିଆ ଗୋ । ୪ ।