Ehiki Bidhira Bichara

ଏହି କି ବିଧିର ବିଚାର
(Anonymous— Raga Ananda, Tala Ekatali)
(ଅଜ୍ଞାତ କବି— ରାଗ ଆନନ୍ଦ, ତାଳ ଏକତାଳି)

ଏହି କି ବିଧିର ବିଚାର
ଚାରୁଲତା କରେ ଛାରଖାର । ଘୋଷା ।

ସେ ନବ ମଲ୍ଲିକା କମଳ କଳିକା
ପରା ସେ ବାଳିକା ସୁସ୍ନେହ ପାଳିକା
ସଦା ବହେ ଲୁହଧାର ନାହିଁ ଉପଚାର । ୧ ।

ସେ ନବକିଶୋରା ଲାବଣ୍ୟ ପସରା
ସତେ ଅପସରା ଧରା ମଣେ ସରା
ଖାଇଣ ପ୍ରେମ ଗଞ୍ଜାଇ ତେଜିଲା ବିଚାର । ୨ ।

ଯେ ଯାକୁ ଅନ୍ତରେ ଭାବେ ଏକାନ୍ତରେ
ପୀରତି ମନ୍ତରେ
ସେ ତାହାକୁ ମିଛେ କିମ୍ପା କରେ ପରିହାର । ୩ ।