Sangini Re Manda Karama Mora

ସଙ୍ଗିନୀରେ ମନ୍ଦ କରମ ମୋର
(Kartika)
(କାର୍ତ୍ତିକ)

ସଙ୍ଗିନୀରେ ମନ୍ଦ କରମ ମୋର
ବ୍ରଜବିହାରୀ ହରି କଲେ ଅନ୍ତର । ଘୋଷା ।

ଏକାନ୍ତେ ବସି ପାହିଲା ନିଶି
ନ ଆସିଲେ ମୋର ପୁରେ ନଟନାଗର । ୧ ।

ଏ ରାଧା ନାମ ନ ପଡ଼େ ମନ
କେଉଁ ରମଣୀ କଲା ଗଳାକୁ ହାର । ୨ ।

ମୋ ଠାରୁ ବଳି ସେ ଥିଲା ବାଳୀ
ସେ ହେତୁ କି ନ ପଡ଼ିଲି ମନେ ତାଙ୍କର । ୩ ।

ଯାଅ ଲଳିତେ ଆଣ ତୁରିତେ
ଧୈର୍ଯ୍ୟ ଧରିବି ଭାବେ କାର୍ତ୍ତିକ ତୋର । ୪ ।