Ete Dine Ki He Bandhu

ଏତେ ଦିନେ କି ହେ ବନ୍ଧୁ ପଡ଼ିଲା ମନେ
(Gadamala Deba— Raga Anandabhairabi, Tala Ekatali)
(ଗଡ଼ମାଳ ଦେବ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ଏତେ ଦିନେ କି ହେ ବନ୍ଧୁ ପଡ଼ିଲା ମନେ
ପାଶରୁ ହେଲ ଅନ୍ତର କାହା ବଚନେ । ଘୋଷା ।

କରିଥିଲ ଗଳେ ହାର ଏବେ କରିଦେଲ ଦୂର
ପାଶରୁ ହେଲ ଅନ୍ତର କାହା ବଚନେ । ୧ ।

କାଲି ନିଶି ଉଜାଗର ରହିଲ କାହା ମନ୍ଦିର
ଏବେ କଲ ଛାରଖାର କି ଭାବି ମନେ । ୨ ।

କୂଟ କପଟ ପାଞ୍ଚିଲ ଭଗାରି ହସାଇ ଦେଲ
କାହା ବଚନେ ଆସିଲ କହ ଏ ଦିନେ । ୩ ।

ଶ୍ରୀ ଶ୍ରୀ ଗଡ଼ମାଳ ଦେବ ସମ କେ ପୁଣି ହୋଇବ
ଦେଖିଲୁଁ ଯୁବରାଜଙ୍କୁ ବେନି ନୟନେ । ୪ ।