Kaha Kaha Sajani Bege Go

କହ କହ ସଜନୀ ବେଗେ ଗୋ
(Tankadhara)
(ଟଙ୍କଧର)

କହ କହ ସଜନୀ ବେଗେ ଗୋ
ନନ୍ଦ ହୃଦୟ ଅରବିନ୍ଦ ତପନ ବ୍ରଜାନନ୍ଦ
ବରୁଣାଳୟ ଛନ୍ଦ ଶ୍ୟାମଘନଙ୍କୁ । ଘୋଷା ।

ପ୍ରାଣସଙ୍ଗିନୀ ମୋର ପ୍ରାଣ
ରହିବ ନାହିଁ ଜାଣ
ତାଙ୍କ ବିନା ଶରଣ କେ ନାହିଁ ମୋର । ୧ ।

ସହି ଅତନୁ ତନୁ ଦହି
ଦେଲାଣି ଆଉ ମୁହିଁ
ରହି ନ ପାରେ ସହି ବ୍ରଜରାଜଙ୍କୁ । ୨ ।

ଯେଣେ ଚାହିଁଲେ ଦିଶେ ତେଣେ
ସେ ରୂପ ଅନୁକ୍ଷଣେ
ସଖୀ ମୋର ନୟନେ ନାଚଇ ରହି । ୩ ।

ଚନ୍ଦ୍ରବଦନ କୃଷ୍ଣଚନ୍ଦ୍ର
ପାରଳା ନରଇନ୍ଦ୍ର
ଭାଷନ୍ତି ଉପେନ୍ଦ୍ର ପଦକୁ ଧ୍ୟାଇ । ୪ ।