Sakhi Re Dharuchi To Pani

ସଖୀ ରେ ଧରୁଛି ତୋ ପାଣି
(Mohana Gosein)
(ମୋହନ ଗୋସେଇଁ)

ସଖୀ ରେ ଧରୁଛି ତୋ ପାଣି
ମନରୁ ମାନ ତେଜରେ ମାନିନୀ । ଘୋଷା ।

ଚାହାଁ ଟେକି ବଦନ ଆରେ ମୋ ପ୍ରାଣଧନ
ସୁନ୍ଦର କୁନ୍ଦରଦନୀ
କାହାଠାରୁ ଏମନ୍ତ ଶିଖିଲୁ ପ୍ରାଣମିତ
କହରେ ଘନ ଜଘନୀ । ୧ ।

ନିର୍ଦ୍ଦୟ ରତିପତି ଛାତି ଦିଏ କରତି
ନ ଶୁଣି ତୋ ମୃଦୁବାଣୀ
ବହୁ ଦିନରେ ଚିତ୍ତ ଜାଣିଲି ପ୍ରାଣମିତ
କହରେ ଚାରୁ ହାସିନୀ । ୨ ।

ଶ୍ରୀପତିଙ୍କ ଦେଇ ଦୟିନୀ ଶ୍ରୀମତୀ
କର୍ଣ୍ଣେ ଶୁଣି କୋଳେ ବସାଇଲେ ଆଣି
ମୋହନ ରସେ ଭାଷେ ବୃନ୍ଦାବନେ କି ଦିଶେ
ଯୁଗଳ ଲାବଣ୍ୟ ଠାଣି । ୩ ।