(ମୋହନ ଗୋସେଇଁ)
ନ ଆସ ନ ଆସ ଶ୍ୟାମ ଆଉ ଏଣିକି ହେ
ଧରୁଛି ଚରଣ ପ୍ରଭୁ ଘୁଞ୍ଚ ତେଣିକି ହେ । ଘୋଷା ।
ତୁମ୍ଭ ଲାଗି ଚିନ୍ତାମଣି ହେଲି ବ୍ରଜେ କଳଙ୍କିନୀ
ପୋଷିଥିଲି ଗୃହେ ଆଣି କାଳ ଫଣୀକି ହେ । ୧ ।
ସେ ନାରୀ ସୁରସବତୀ ମୋହିଲାକି ନୀଳହାତୀ
କହି ମଜ୍ଜାଇଲା ମତି ମୃଦୁବାଣୀକି ହେ । ୨ ।
ହେ ଶଠ ଲମ୍ପଟ କାହ୍ନା ନିକୁଞ୍ଜ ହେଲାଣି ମନା
ଆଉ ନ ଯିବି ଯମୁନା ନୀର ଆଣିକି ହେ । ୩ ।
ମୋହନ କରେ ଗୁହାରି ମୁଞ୍ଚ ମାନ ବ୍ରଜେଶ୍ୱରୀ
ମନ୍ଦେ ହସି ଚାହଁ ଫେରି ବାଙ୍କଠାଣିକି ହେ । ୪ ।