(କବିସୂର୍ଯ୍ୟ ବ୍ରହ୍ମା— ରାଗ ଖମ୍ବାଜ, ତାଳ ଏକତାଳି)
ଯେବେ ଏ ନାଗରବର ଅଙ୍ଗସଙ୍ଗ ହେବ ମୋର
କପିଳାସ କନ୍ଦେ ବସି ନିଶି ଜାଳିବି ଜାଗର । ଘୋଷା ।
ନିଦାଘ କାଳେ ନାଗର ସାକ୍ଷାତ ହେଲେ ମୋହର
ହରି ଦ୍ୟନ୍ତି କାମଜ୍ୱର କରିଣ ରସ ବିହାର । ୧ ।
ବରଷା କାଳରେ ମାତି ପୁହାଇ ଦିଅନ୍ତି ରାତି
ଚଖାଇ ରସ ସୁରତି ମନ ମୋହନ୍ତି ତାଙ୍କର । ୨ ।
ହିମ ଶିଶିରରେ ରହି ଶୀତେ ଶରୀର କମ୍ପଇ
ବିହାର ବେଳେ ଘୋଡ଼ାଇ ଦ୍ୟନ୍ତି ପଣତ ପୃଷ୍ଠର । ୩ ।
କହେ ସଦାନନ୍ଦ ଗିର ହେ ପ୍ରଭୁ ରଙ୍ଗା ଅଧର
ଏହି ଅନୁଗ୍ରହ କର ହେଉ କାନ୍ତ ଧରୁ କର । ୪ ।