Manima Tumbha Srimukha

ମଣିମା ତୁମ୍ଭ ଶ୍ରୀମୁଖ
(Banikantha)
(ବାଣୀକଣ୍ଠ)

ମଣିମା ତୁମ୍ଭ ଶ୍ରୀମୁଖ ଚାହିଁଲେ
ସବୁ ଦୁଃଖ ପ୍ରଭୁ ଦିଏ ପାଶୋରି ହେ । ଘୋଷା ।

ଆରତ ତାରଣ ବାନା ଉଡ଼ାଇ
ଆରତର ଦୁଃଖ ଦିଅ ଏଡ଼ାଇ । ୧ ।

ବଡ଼ଦେଉଳରେ ବସି ଗୋସାଇଁ
ଦୁଃଖୀ ଦୁଃଖ ଦେଖି ପାର କି ନାହିଁ । ୨ ।

ଦେଖି ନ ଦେଖିଲା ପରି ବସିଲେ
ଆଉ କିଏ ପ୍ରଭୁ ଦେଖିବ ଭଲେ । ୩ ।

ଶୁଣ ବା ନ ଶୁଣ କରେ ଗୁହାରି
ଦିନ ସରିଯାଉ ଚରଣ ଧରି । ୪ ।