Chaka Nayana He Prabhu Jagujibana

ଚକାନୟନ ହେ ପ୍ରଭୁ ଜଗୁଜୀବନ
(Banikantha)
(ବାଣୀକଣ୍ଠ)

ଚକାନୟନ ହେ ପ୍ରଭୁ ଜଗୁଜୀବନ
ଥରେ ଚାହିଁ ଦେଲେ ମନ ନ ଇଚ୍ଛେ ଆନ । ଘୋଷା ।

ଲୋଡ଼ା ନାହିଁ ଦୁଇ ନେତ୍ର ଗୋଟିଏ ନେତ୍ର
ସେ ନେତ୍ରରେ ଚାହିଁଥାଅ ଏ ଦୀନ ଜନ । ୧ ।

ଲୋଡ଼ା ନାହିଁ ଦୁଇ କାନ ଗୋଟିଏ କାନ
ସେ କାନରେ ଶୁଣ ବାରେ ଚକାନୟନ । ୨ ।

ଲୋଡ଼ା ନାହିଁ ଦୁଇ ଭୁଜ ଗୋଟିଏ ଭୁଜ
ସେ ଭୁଜର ତଳେ ରଖ ଏ ପାପୀ ଜନ । ୩ ।

ଲୋଡ଼ା ନାହିଁ ଦୁଇ ପାଦ ଗୋଟିଏ ପାଦ
ସେ ପାଦର ତଳେ ରହୁ ଏ ଥକା ମନ । ୪ ।

ଜୀବ ଯିବା ବେଳେ ପ୍ରଭୁ ସେ ପଦରଜ
କଣିକାଏ ମୁଖେ ଦେବ କଳାବଦନ । ୫ ।

ତୁମ ନାମ ଭଜି ଭଜି ଏ ଜୀବ ଯାଉ
ଏତିକି ମାଗୁଣି ପ୍ରଭୁ ଚକାବଦନ । ୬ ।