Ane Priya Mo Nahin

ଆନେ ପ୍ରିୟ ମୋ ନାହିଁ
(Bhimadeba— Raga Arabhi, Tala Athatali)
(ଭୀମଦେବ— ରାଗ ଆରଭୀ, ତାଳ ଆଠତାଳି)

ଆନେ ପ୍ରିୟ ମୋ ନାହିଁରେ
କେହି ବଞ୍ଚିବ ରାତି ସଖୀରେ । ଘୋଷା ।

ବିଦେଶ ଗଲା ଦିନୁ କମଳଦଳ ତନୁ
ନ ରୁଚଇ ଚାରୁ ପଲଙ୍କ ସୁପାତି । ୧ ।

ଲୋତକ ଜଳେ ବୁଡ଼ି ରହିଲି ପ୍ରତି ଘଡ଼ି
ନ ତୁଟଇ ବିରହ ବିଷମ ତାତି । ୨ ।

ଗାଢ଼େ କରଜ ଘାତ ନ ଦିଅନ୍ତି ମୋ କାନ୍ତ
କେତେ ଦୁଃଖ ସହିଲା ଦାରୁଣ ଛାତି । ୩ ।

ବିଦେଶ ବିଚ୍ଛେଦରେ ନିଶି ଦିନ ନ ସରେ
ମରମେ ମାରେ କାମ ବିଷମ କାତି । ୪ ।

କୃପା କରିବେ ଶିବ ସତେ ଭାଗ୍ୟ ଦିଶିବ
କହେ ଶ୍ରୀ ଭୀମଦେବ ଏ ରସେ ମାତି । ୫ ।