Madana Nauka Pare

ମଦନ ନଉକା ପରେ
(MardarajaJhula)
(ମର୍ଦ୍ଦରାଜଝୁଲା)

ମଦନ ନଉକା ପରେ ବସାଇ ଭସାଇଦେଲୁ
ସଙ୍ଗିନୀ ତୁ ଏ ରୀତି କଲୁ । ଘୋଷା ।

ଯେବେ ଦୋଷ ହେଲା ମୋହର
ଜଣାଉଛି ଭାରତୀରେ ଅପରାଧ କ୍ଷମା କର । ୧ ।

କର ବଚନ ସତ ମଣି
କି ପାଇଁ ମହୀକି ଚାହିଁ ବସିଅଛୁ ତୁ ଗୁମାନୀ । ୨ ।

ତୋହ ବିନା ସାହା ମୋହର ନାହିଁ
ଚନ୍ଦ୍ରମୁଖ ଟେକି ବାରେ ସୀଉକାର କର ତୁହି । ୩ ।

ମର୍ଦ୍ଦରାଜ ଭାଷେ ଏ ଗୀତେ
ହରଷେ ମେଲାଣି କର ଜଣାଉଛି ଧନ ତୋତେ । ୪ ।