Ki Kahibi Mitani Gali Niraku

କି କହିବି ମିତଣୀ ମୁଁ ଗଲି ନୀରକୁ
(Ramakrusna)
(ରାମକୃଷ୍ଣ କବିଚନ୍ଦ୍ର)

କି କହିବି ମିତଣୀ ମୁଁ ଗଲି ନୀରକୁ
ବାଟରେ ଭେଟିଲି ଶ୍ୟାମ ଚିତ୍ତଚୋରଙ୍କୁ । ଘୋଷା ।

ଦିନେ ମୁଁ ଗଲି ଯମୁନା ଭେଟିଲି କାଳିଆ ସୁନା
କି କଲେ ବଂଶୀବଦନା ଲାଜ ଦୂରକୁ । ୧ ।

ମାଈଁ ମାଈଁ ଡାକୁଥିଲା ପଣତ ଧରି ଟାଣିଲା
କରଜ ବଢ଼ାଇ ଦେଲା ମୋର ଉରକୁ । ୨ ।

ଯଶୋଦା ନନ୍ଦ ଦୁଲାଳ ମୋ ସଙ୍ଗେ କଲେ ଜଞ୍ଜାଳ
ବହୁତ ଲଗାଇ ଗୋଳ ନେଲେ କୋଳକୁ । ୩ ।

କେତେ ଜାଣେ ନଟକୂଟ ସେ ନନ୍ଦରାଜାର ଚାଟ
ନ ସ୍ଫୁରିଲା ବୁଦ୍ଧି ବାଟ ହେଲି ସ୍ଥିରକୁ । ୪ ।

ରାମକୃଷ୍ଣ ଭାଷେ ଗୀତେ ଶ୍ରୀ କୃଷ୍ଣ ଚରଣାଗ୍ରତେ
ମିଛ କହୁଥିଲେ କେତେ ନଟୁ ଚୋରକୁ । ୬ ।