(କବିସୂର୍ଯ୍ୟ— ରାଗ ରେଗୁପ୍ତ, ତାଳ ଏକତାଳି)
ଫେରି ଯା ଗଲେ ଗୋ
ସଖି ଫାଟିଲା ମୋ କରମ ଜାଣିଲି ଭଲେ । ଘୋଷା ।
ଫୁଟିଲା ଫୁଲବାସେ ପୂରନ୍ତା କ୍ଷିତି
ଫତୁରୀ ଶୁଣି କିମ୍ପା କଲି ଏ ରୀତି । ୧ ।
ଫରୁଆ ଗର୍ଭୁଁ ଫେଇ ନିର୍ଦ୍ଦୋଷ ମଣି
ଫିଙ୍ଗି ଯା ଦେଲି ରୋଷେ ସଦୋଷ ମଣି । ୨ ।
ଫୁଲିଗଲି ମୁଁ ଚାଟୁ ଶୁଣି ମଦରେ
ଫୁଲ ଲଲାମ ମର୍ଦ୍ଦିଦେଲି ପାଦରେ । ୩ ।
ଫୁଲ ପଙ୍କଜ ମୃଦୁ ସୁନ୍ଦର ପାଦ
ଫାଟୁ ଯେ ଥିବ ଲଭି ସଞ୍ଚାର ଖେଦ । ୪ ।
ଫନ୍ଦା ଧବ ଯେ ଫିଙ୍ଗିଦେଲି ପାଣିକି
ଫୁରୁଣା ହେବି କାହା ଘେନି ଏଣିକି । ୫ ।
ଫେଇ ଦିଅନ୍ତୁ କଣ୍ଠୁ ଏ ମଣିହାର
ଫନ୍ଦାଇ ପାରିବ କି କବିମିହିର । ୬ ।