(କବିସୂର୍ଯ୍ୟ— ରାଗ କଳହଂସ କେଦାର)
ତମାଳ ତଳେ ନ ଚାଲେ ରେ ମୋ ଅଭିନ୍ନା
କେତେ ଦୂର ଯାଏ କାହିଁ । ଘୋଷା ।
ତିଳକୁ ତାଳକ ତୁଲ୍ୟ କଲେ ଲୋକ
ତଥ୍ୟ ମଣୁଥାଏ ତାହିଁ । ୧ ।
ତରକିବା କଥା ତ୍ରିକାଳ ସର୍ବଥା
ତତ୍ତ୍ୱ ତୁ ଘେନିବୁ ନାହିଁ । ୨ ।
ତୁ ତ ସୁବିବେକୀ ତୁଳ ମୁଁ କେବେ କି
ତହିଁ ଥିବି ଅବଗାହୀ । ୩ ।
ତପନେ ଶୀତମାଅଙ୍କ ଦିଅନ୍ତି ମା
ତୁଚ୍ଛା ଲୋକ ନାମେ ବାହି । ୪ ।
ତୁଟାଏ କି ଜାତି ତୁଣ୍ଡର ପୀରତି
ତାମସା ଟାପରା ଟାହି । ୫ ।
ତତ୍ତ୍ୱ ଜାଣେ କବିତରଣି ତା ଭାବି
ତଲାସ ଯେ ଯାକୁ ନାହିଁ । ୬ ।