Dakila Kokila Lila

ଡାକିଲା କୋକିଳା ଲୀଳା
(Kabisurjya— Raga Kanadagouda)
(କବିସୂର୍ଯ୍ୟ— ରାଗ କାନଡ଼ଗୌଡ଼ା)

ଡାକିଲା କୋକିଳା ଲୀଳା ସୂନ ଉପବନରେ
ଡମରୁ ରୁଚିର ମଧ୍ୟା ଖେଳିଲା ମୋ ମନରେ । ଘୋଷା ।

ଡାଳଲୋଳ କିଶଳୟ କରେ କରି ଅଭିନୟ
ନାଚିଲା ବଲ୍ଲରୀଚୟ ଚନ୍ଦନ ପବନରେ । ୧ ।

ଡଗରା ବୁଲୁଛି ସ୍ମର ବିଷାଇ ବିଷମ ଶର
ଧରିଛି ପରାଗଗର ଘୁଁ ବାକ ଜୀବନରେ । ୨ ।

ଡାଳିମ୍ବ ବୀଜ ରଦନା ଏ ଦିନେ ହୋଇ ବିମନା
କଲା ତ ଉତ୍ସବ ମନା ଲତିକା ଭବନରେ । ୩ ।

ଡମ୍ଭଚକିତ କୁରଙ୍ଗ ନୟନାର ନିକି ଭୃଙ୍ଗ
ଉନ୍ମାଦ ରବ ତରଙ୍ଗ ପଡ଼ୁନାହିଁ କାନରେ । ୪ ।

ଡରୁ ନାହିଁ କି ସେ ଭୀରୁ ସ୍ମରକର କରତରୁ
କବିରବି ରାୟଗୁରୁ ରଚିଲେ କବନରେ । ୫ ।