(ତାରିଣୀ ଚରଣ ପାତ୍ର— ରାଗ ଝିଞ୍ଜୋଟି, ତାଳ ଆଡ଼ତାଳି)
ଆଉ ଆଶା ନାହିଁ ପ୍ରାଣେ ଘନଶ୍ୟାମ ବିନେ
ଏପରି ଅନାଥ ହେବି ବୋଲି ମୁହିଁ
କଳପି ତ ନ ଥିଲି ଦିନେ ସ୍ୱପନେ । ଘୋଷା ।
ଦେଖି ମୋର କି ଦୋଷ ମାନସେ ବହି ରୋଷ
ଏଡ଼େ ଦଣ୍ଡ ବିହିଲେ ନ ଭାବି ଧ୍ୟାନେ
(ପଡ଼ି)
ଭାଷେ ଦୀନ ତାରିଣୀ ଜଳକା ହୋଇଲିଣି
ଚାହିଁ ତାଙ୍କ ସରଣୀ ରଜନୀ ଦିନ । ୧ ।